Wednesday, January 14, 2015

Maa Hingula

ଓଡିଶାର ଅଷ୍ଟକାଳୀ କହିଲେ ଆମେ ଯେଉଁ ଦେବୀମାନଙ୍କୁ ସ୍ମରଣ କରିଥାଉ, ତନ୍ମଧ୍ୟରୁ ମା’ ହିଙ୍ଗୁଳା ଅନ୍ଯତମ ା ଅନୁଗୋଳ ଜିଲ୍ଲାର ତାଳଜେର ଉପଖଣ୍ଡର ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋପାଳ ପ୍ରସାଦ  ଗାଁରେ ମା’ ହିଙ୍ଗୁଳା କେଉଁ ଆବହମାନ କାଳରୁ ବିଜେ କରିଛନ୍ତି ା ତାଳଚେରଠାରୁ ହାଣ୍ଡିଧୁଆ, ଡେରା, ଡଅଁରା ଦେଇ ଗୋପାଳ ପ୍ରସାଦ ଯିବାକୁ ହୁଏ ା ମନ୍ଦିର ସମ୍ମୁଖରେ ସୁଦୃଶ୍ଯ ତୋରଣ, ନାଟମଣ୍ଡପ, ଯଜ୍ଞମଣ୍ଡପ ଭକ୍ତମାନଙ୍କୁ ଭକ୍ତି ରସରେ ଡୁବାଇଦିଏ ା ମା’  ହିଙ୍ଗୁଳାଙ୍କ ପୂଜା ଶାବର ମନ୍ତ୍ରରେ ଅନୁଷ୍ଠିତ ହୁଏ ା କଥିତ ଅଛି ରାଜା ଉନ୍ଦ୍ରଦୁ୍ଯମ୍ନ ଜଗନ୍ନାଥଙ୍କ ଭୋଗ ସମ୍ଭାର ପାଇଁ ବିଦର୍ଭ ରାଜା ନଳଙ୍କ ଦ୍ବାରା ମା’ ହିଙ୍ଗୁଳାଙ୍କୁ ଶୀକ୍ଷେତ୍ରକୁ ଆଣିବା ବେଳେ ମା’ହିଙ୍ଗୁଳା ଗୋପାଳ ପ୍ରସାଦଠାରେ ଅନ୍ତର୍ଦ୍ଧାନ ହେଲେ ା ପରେ ନଳରାଜାଙ୍କୁ ସ୍ବପ୍ନରେ ଆଦେଶ ହେଲା ଯେ- ଏ ସ୍ଥାନ ମୋର ପ୍ରିୟ ହେତୁ ଏଠାରେ ହିଙ୍ଗୁଳା ନାମରେ ପୀଠସ୍ଥାପନ କର ା ସେହି ଗୋପାଳ ପ୍ରସାଦ ଏପଂ ସଂିହଦା ନଦୀ କୂଳରେ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ମନ୍ଦିର ସ୍ଥାପନା ହେବାରୁ ମା’ସେଠାରେ ପୂଜା ପାଇଛନ୍ତି ା ପେରାଣିକ ତଥ୍ଯ ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ଛପନପଉଟି ଭୋଗ ସୁସ୍ବାଦୁ ହେବାପାଇଁ ମା’ ହିଙ୍ଗୁଳା ଶ୍ରୀମନ୍ଦିରରେ ବିଜେ କରିବା ଦରକାର ା ଅତଏବ୍ ଗଜପତି ମହାରାଜ ମା’ ହିଙ୍ଗୁଳାଙ୍କ ଆଶର୍ୀବାଦରେ ଦେବୀଙ୍କୁ ଶ୍ରୀକ୍ଷେତ୍ରକୁ ଆଣିଥିଲେ ା ସେହଦିନୁ ରୋଷପୀଠକ  ‘ହିଙ୍ଗୁଳା ପୀଠ’ କୁହଯାଏ ା ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ପ୍ରଥମେ ହିଙ୍ଗୁଳା ପୀଠରେ ହୋମପୂଜା କରାଯାଏ ା ତାଳଚେର ଗୋପାଳପ୍ରସାଦ ମା’ଙ୍କ ପୂଜାସ୍ଥଳୀ ହେବାବେଳେ ଶ୍ରୀମନ୍ଦିର କର୍ମସ୍ଥଳୀ ଭାବେ ପରିଚିତ ା ଅଗ୍ନିସ୍ବରୂପା ମା’ଙ୍କ ମହିମା ଯିଏ ଦେଖିଛି ସେ ତ ଆଶ୍ଚର୍ଯ୍ଯ ହୋଇଛି, ଯିଏ ଶୁଣିଛି ବା ଶୁଣିବ ସିଏ ବି ଆଚର୍ଯ୍ଯ ହେବ ା ମା’ଅଗ୍ନିରୂପା ଯେଉଁଠି ଅଛନ୍ତି, ଭାରତ କୁହନ୍ତୁ ଅବା ଓଡିଶା ସେଇ ଅଗ୍ନିକୋଣରେ ମା’ଙ୍କ ବିଜେସ୍ଥଳୀ, ଗୋପାଳ ପ୍ରସାଦ ଗାଁର ଅଗ୍ନିକୋଣରେ ମନ୍ଦିର ହେଲାବେଳେ ଶ୍ରୀମନ୍ଦିର ଅଗ୍ନିକୋଣରେ ମା’ଙ୍କ କର୍ମସ୍ଥଳୀ ରୋଷଘର ା ଅପାର କରୁଣାମୟୀ ମା’ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଚେତ୍ର ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ ା ଏହି ଯାତ୍ରା ନଅଦିନଧରି ମହା ଧୁମ୍ଧାମ୍ରେ ପାଳନ କରାଯାଏ ା